Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ଅବସରରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଆସିବେ ପ୍ରଧାନମନ୍ତ୍ରୀ। ତେବେ ସବିଶେଷ କାର୍ଯ୍ୟସୂଚୀ ଆସିନି।

କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ମଧ୍ଯ ହୋଇପାରେ। ଓଡ଼ିଶା ପ୍ରତି ତାଙ୍କର ସ୍ଵତନ୍ତ୍ର ଆକର୍ଷଣ ରହିଛି। ତାଙ୍କର ନିର୍ବାଚନ ପ୍ରଚାର ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରିଥିଲେ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି।ଏଥିସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ ହୋଇଥିଲା।

କିଭଳି ପ୍ରକଳ୍ପ ଠିକ୍ ସମୟରେ ସରିବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି ।ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଆହୁରି କହିଛନ୍ତି, ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ହେବ ହୁଣ୍ଡି ପରିବର୍ତ୍ତନ। ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *