ନ୍ୟୁଜ ଡେକ୍ସ: ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଭୀଷଣ ଖରା ଚାଲିଛି। ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ପଦାକୁ ଯାଆନ୍ତୁ ନାହିଁ ।
ହାଲୁକା ପୋଷାକ ପିନ୍ଧନ୍ତୁ । ପ୍ରଚୁର ପାଣି, ସରବତ ଏବଂ ଓଆର୍ଏସ୍ ପିଅନ୍ତୁ । ମଦ, ଚା’ ଓ କଫି ଆଦି ପାନୀୟ ପିଅନ୍ତୁ ନାହିଁ । ଅସହ୍ୟ ତାତି ନେଇ ଏଭଳି ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ଚିଠି କରାଯାଇଛି । ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ପଦାକୁ ଯାଆନ୍ତୁ ନାହିଁ । ହାଲୁକା ପୋଷାକ ପିନ୍ଧନ୍ତୁ । ପ୍ରଚୁର ପାଣି, ସରବତ ଏବଂ ଓଆର୍ଏସ୍ ପିଅନ୍ତୁ ।ମଦ, ଚା’ ଓ କଫି ଆଦି ପାନୀୟ ପିଅନ୍ତୁ ନାହିଁ । ଅସହ୍ୟ ତାତି ନେଇ ଏଭଳି ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ଚିଠି କରାଯାଇଛି । ୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ହିଟ ୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୧୬ ତାରିଖ (ରବିବାର) ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ରାତି ତାପମାତ୍ରା ଅସ୍ୱସ୍ତିକର କରିପାରେ । ୧୭ ତାରିଖ (ସୋମବାର) ବଲାଙ୍ଗୀର, ନୂଆପଡ଼ା ଏବଂ ବରଗଡ଼ରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି ।
୧୮ ତାରିଖରୁ ରାଜ୍ୟରେ ଗରମ ପ୍ରକୋପ କମିବ । ତେବେ ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୩ରୁ ୧୭ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ରହିବ । ଏହା ପରେ ବି ଓଡ଼ିଶାର କିଛି ଜାଗାରେ ଗ୍ରୀଷ୍ମ ଲହରୀ ରହିପାରେ।ରାଜ୍ୟରେ ଏବେ ଅସ୍ୱାଭାବିକ ଭାବେ ଗରମ ବଢ଼ିଥିବାବେଳେ ଉପକୂଳ ଓଡ଼ିଶା ବି ବାଦ୍ ପଡ଼ିନି । ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ ଛୁଇଁଥିବାବେଳେ ଚାନ୍ଦବାଲି ୩୮ ଡିଗ୍ରୀ ଥିଲା ।
