Sun. Feb 22nd, 2026

ନ୍ୟୁଜ ଡେକ୍ସ: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ମୁଖ୍ୟତଃ ମହାନଦୀର କାଳିଆବୁଦା ନିକଟସ୍ଥ ଘାଟ, ଯୋବ୍ରା, ମାଲାଗାଦାମ ଥାନା ନିକଟ, ବାଲିଯାତ୍ରା ତଳ ପଡିଆ, ହାଡିଆପଠା ସଂଲଗ୍ନ ଘାଟ, ଏନସିସି ନ୍ୟାଭି କାର୍ଯ୍ୟାଳୟ, ଚହଟା, ଧବଳେଶ୍ୱର ଗଡା, ଭୁଆଶୁଣି ଗଡା ଓ ନରାଜ ନିକଟ ଘାଟରେ ଉଦ୍ଧାରକାରୀ ଦଳ ସଜାଗ ରହିବ । ସେହିପରି କାଠଯୋଡିରେ ପାଣି ନଥିଲେ ମଧ୍ୟ ରିଂବନ୍ଧରେ ରେସ୍କ୍ୟୁ ଟିମ ଆଲର୍ଟରେ ରହିବ । ବକ୍ସିବଜାର, ବିଡାନାସୀ ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଗୋଟିଏ କରି ୟୁନିଟ କାର୍ଯ୍ୟକ୍ଷମ ହେବ ।

ତେବେ ନିଶାଦ୍ରବ୍ୟ ସେବନ କରି ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ଅଗ୍ନିଶମ ଅଧିକାରୀ ସଞ୍ଜିବ ବେହେରା ପରାମର୍ଶ ଦେଇଛନ୍ତି । ଆଧୁନିକ ଯନ୍ତ୍ରପାତି ଓ ପାୱାର ବୋଟ ରହିଛି। ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ପ୍ରସ୍ତୁତ ରହିଛି। ଭୁବନେଶ୍ବର ପାଇଁ ଅଧିକ ୫ଟି ଟିମ୍ ମୁତୟନ କରାଯିବ। କଟକ, ଭୁବନେଶ୍ବର ଓ ସମ୍ବଲପୁରରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ରହିବ। କଟକରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଆଲର୍ଟ ରହିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *