ନ୍ୟୁଜ ଡେକ୍ସ : ଏଣିକି ହ୍ବାଟସ୍ଆପ୍ ମାଧ୍ୟମରେ ‘ଆମ ବସ୍’ ଟିକେଟ୍ ବୁକିଂ କରିହେବ। ହ୍ବାଟସ୍ଆପର ଅଧିକ ବ୍ୟବହାର ଯୋଗୁଁ କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବ। ‘ଆମ ବସ୍’ ପାଇଁ ଆରମ୍ଭ କରାଯିବ ହ୍ବାଟସ୍ଆପରେ ଟିକେଟ୍ ବୁକିଂ ବ୍ୟବସ୍ଥା। ସ୍ବାୟତ୍ତଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିବେ।
ଏହି ଅବସରରେ ରାଜ୍ୟ ସରକାର ‘ଜାତୀୟ ଏକକ ଗମନାଗମନ କାର୍ଡ଼’ର ଲୋକାର୍ପଣ କରିଛନ୍ତି। ସେଭଳି ଆମବସ୍ ପାଇଁ ହ୍ୱାଟ୍ସଆପ୍ ଆଧାରିତ ଟିକେଟ୍ ବୁକିଂ ଏବଂ ଡିଜିଟାଲ୍ ଟିକେଟ୍ କ୍ରେତାଙ୍କୁ ରିହାତି ପ୍ରଦାନ କରିଛନ୍ତି। ଏହି ସୁବିଧା ମାଧ୍ୟମରେ ମହିଳା ଯାତ୍ରୀ ମାନଙ୍କ ପାଇଁ ଡିଜିଟାଲ ଟିକେଟିଂରେ ୧୫ ପ୍ରତିଶତ ରିହାତି ଏବଂ ସାଧାରଣ ଯାତ୍ରୀମାନଙ୍କୁ ୧୦% ରିହାତି ମିଳିବ। ସେଭଳି ଡ଼ିଜିଟାଲ୍ ପାସ୍ ବ୍ୟବସ୍ଥା ଅନ୍ୟ ସହରକୁ ସମ୍ପ୍ରସାରଣ କରାଯାଇଛି। ଯାହାଦ୍ୱାରା ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରର ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ।
ତେବେ କିପରି କରିବେ ହ୍ୱାଟ୍ସଆପ୍ ଟିକେଟ୍ ।ଆମବସ୍ ଟିକେଟ୍ ପାଇଁ ହ୍ୱାଟ୍ସଆପ୍ ଟିକେଟିଂ ସେବାର ଅତି ସହଜରେ ଜଣେ ଯାତ୍ରୀ କୌଣସି ସମୟରେ ମଧ୍ୟ ଆମ ବସ୍ ଟିକେଟ୍ ବୁକ୍ କରିପାରିବେ। ହ୍ୱାଟ୍ସଆପ୍ରେ କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଚ୍ଚ କରି କିମ୍ବା ୯୦୭୮୦୫୦୨୧୮ ନମ୍ବରରେ କୈାଣସି ଏକ ମେସେଜ୍ ପଠାଇ ଅତି ସହଜରେ ଆମ ବସ୍ ଟିକେଟ୍ ବୁକ୍ କରିପାରିବେ। ଏବେ ଓଡ଼ିଶା ଯାତ୍ରୀ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଆମ ବସ୍ ଟିକେଟ୍ ବୁକିଂ କରିହେବ। ଏହାଦ୍ଵାର ଯାତ୍ରୀମାନଙ୍କ ପ୍ରତ୍ୟେକ ଯାତ୍ରାକୁ ଅଧିକ ସୁବିଧାଜନକ କରିହେବ।
