Thu. Oct 23rd, 2025

ନ୍ୟୁଜ ଡେକ୍ସ : ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା। ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ। ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ। BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍। ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ। ତେବେ ଗତକାଲି ରାତିରେ ଏକଥା ଜଣା ପଡିଥିଲା।

ରେଭେନ୍ସା ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ପ୍ଲାଟଫର୍ମ ଲିଙ୍କ ଆସୁଛି। ଡେକ୍ସଟପରେ ରେଭେନ୍ସା ୱେବସାଇଟ୍ ଖୋଲିଲେ ବିଶ୍ବବିଦ୍ୟାଳୟ ସମ୍ପର୍କରେ କିଛି ତଥ୍ୟ ଆସୁନି। ଏବେ ଚିନ୍ତାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ୮ ହଜାର ପାଖାପାଖି ରେଭେନ୍ସାଭିଆନ । କାରଣ ବିଶ୍ଵବିଦ୍ୟାଳୟର ଅନେକ ଗୁରୁତ୍ତ୍ୱପୂର୍ଣ ଏକାଡେମୀକ୍ ତଥ୍ୟ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଏହି ରେଭେନ୍ସାର ଅଫିସିଆଲ୍ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରାଯାଇଥିଲା । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିଲା।

ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା।ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *