Sat. Feb 21st, 2026

ନ୍ୟୁଜ ଡେକ୍ସ : କେଜିଏଫ୍‌ ତାରକା ୟଶ ଅଭିନୀତ ଆସନ୍ତା ଫିଲ୍ମ ‘ଟକ୍ସିକ’କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି। ୟଶଙ୍କ ପ୍ରତ୍ୟେକ ନୂଆ ଫିଲ୍ମ ପୂର୍ବରୁ ଯେପରି ଦର୍ଶକଙ୍କ ଉତ୍ସାହ ଦେଖାଯାଉଛି, ‘ଟକ୍ସିକ’ ସେଥିରୁ କୌଣସି ଭିନ୍ନ ନୁହେଁ। ଏହି ଫିଲ୍ମରେ ୟଶଙ୍କ ସହିତ ନୟନତାରା ଓ କିୟାରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ।ମେକର୍ସଙ୍କ ପକ୍ଷରୁ ସମ୍ପ୍ରତି କିୟାରା ଆଡଭାନୀଙ୍କ ଫାଷ୍ଟ ଲୁକ୍‌ ଜାରି କରାଯାଇଛି।

ଏହି ଲୁକ୍‌ରେ କିୟାରା ର୍ୟାମ୍ପ ୱାକ୍‌ କରୁଥିବା ସହ କାନ୍ଦୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ତାଙ୍କ ପଛରେ ଅନ୍ୟମାନେ ଖୁସୀ ମନାଉଥିବା ଦୃଶ୍ୟ ଫିଲ୍ମର କାହାଣୀକୁ ନେଇ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଛି। ସୋସିଆଲ୍‌ ମିଡିଆରେ ଏହି ଲୁକ୍‌କୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି।ଫିଲ୍ମର ପ୍ରଥମ ପୋଷ୍ଟର ମାର୍ଚ୍ଚ ୨୦୨୫ରେ ଜାରି କରାଯାଇଥିଲା।

ପୋଷ୍ଟର ଶେୟାର କରି ୟଶ ଲେଖିଥିଲେ, “‘ଟକ୍ସିକ – ଏ ଫେୟାରୀ ଟେଲ୍‌ ଫର୍‌ ଗ୍ରୋନଅପ୍ସ’ରେ କିୟାରା ନଦିୟାଙ୍କ ଭୂମିକାରେ ନଜର ଆସିବେ।” ଏହା ସହ ଜଣେ ୟୁଜର୍‌ କମେଣ୍ଟ କରି ଲେଖିଥିଲେ, “ଭାରତର ସବୁଠାରୁ ବଡ଼ ଫିଲ୍ମକୁ ସ୍ୱାଗତ।” ଏହି ଫିଲ୍ମର ଲେଖକ ଓ ପ୍ରଡକ୍ସନ୍‌ ଟିମ୍‌ରେ ମଧ୍ୟ ୟଶ ନିଜେ ଜଡିତ ଅଛନ୍ତି। ‘ଟକ୍ସିକ’ର ନିର୍ଦ୍ଦେଶନା ଗୀତୁ ମୋହନଦାସ କରୁଥିବାବେଳେ, ଫିଲ୍ମଟି ୧୯ ମାର୍ଚ୍ଚ ୨୦୨୬ରେ ପ୍ରେକ୍ଷାଗୃହରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *