ନ୍ୟୁଜ ଡେକ୍ସ : ରାଜ୍ୟରେ ୦ରୁ ୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ଚିହ୍ନଟ ପାଇଁ ସାମାଜିକ ସୁରକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଅଇଛି। ଏହି ସମ୍ବନ୍ଧରେ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ବିଶେଷ ନିର୍ଦ୍ଦେଶ ଜାରି କରାଯାଇଛି, ଯାହାଅନୁସାରେ ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ ୩୧ ଡିସେମ୍ବର ସୁଦ୍ଧା ସମାପ୍ତ କରିବା ଆବଶ୍ୟକ।ସର୍ଭେ କାର୍ଯ୍ୟରେ ଅଙ୍ଗନବାଡ଼ି କର୍ମୀମାନେ ସକ୍ରିୟ ଭୂମିକା ନେବେ।
ପିଲାମାନଙ୍କ ପିତାମାତା ଏବଂ ଯତ୍ନନୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି, ସଠିକ୍ ସୂଚନା ଯୋଗାଣର ଗୁରୁତ୍ୱ ବିଷୟରେ ସେମାନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନଙ୍କ ଫଟୋଗ୍ରାଫ ନେବା ପାଇଁ ଅଭିଭାବକଙ୍କ ସମ୍ମତି ନେବା ସହ ନିଖୁତ ତଥ୍ୟ ସଂଗ୍ରହକୁ ଉତ୍ସାହିତ କରାଯିବ।
ଏହି ସର୍ଭେର ପ୍ରଧାନ ଉଦ୍ଦେଶ୍ୟ ହେଉଛି
– ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଣ
– ପ୍ରାରମ୍ଭିକ ହସ୍ତକ୍ଷେପ ଯୋଜନାକୁ ଶକ୍ତିଶାଳୀ କରିବା
– ସମ୍ପୂର୍ଣ୍ଣ ଉନ୍ନତି ପାଇଁ ଆବଶ୍ୟକ ସମର୍ଥନ ଓ ସହାୟତା ମାପକ ନିର୍ଦ୍ଧାରଣ
ବିଭାଗର ମତାନୁସାରେ, ସଠିକ୍ ସର୍ଭେ ଦ୍ୱାରା ଭିନ୍ନକ୍ଷମ ପିଲାମାନଙ୍କୁ ଶୀଘ୍ର ଚିହ୍ନଟ କରି ସମୟନୁସାରେ ଆବଶ୍ୟକ ସେବା ଦେବା ସମ୍ଭବ ହେବ। ଏହାର ଫଳରେ ଅନେକ ପିଳା ଗୁଣତ୍ମକ ଜୀବନ ଓ ଭବିଷ୍ୟତ ପାଇବେ ବୋଲି ଆସା କରାଯାଇଛି।

