Thu. Oct 23rd, 2025

ନ୍ୟୁଜ ଡେକ୍ସ: କେନ୍ଦୁଝର ଜିଲ୍ଲା ତେଲକୋଇ-ବିମଳା ରାସ୍ତାରେ ଦୁର୍ଘଟଣା। ଖୁଣ୍ଟାପଡା ଗାଁ ନିକଟ ଲାଠିଗୋଡା ପୋଲର ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।

ସୂଚନା ମୁତାବକ, ତେଲକୋଇ -ବିମଳା ରାସ୍ତାରେ ଖୁଣ୍ଟାପଡା ଗାଁ ନିକଟସ୍ଥ ଲାଠିଗୋଡା ପୋଲର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ନଥିବାରୁ ଘଟିଗଲା ଦୁର୍ଘଟଣା । ସେହି ରାସ୍ତା ଦେଇ ଯାଉଥିବା ଏକ ପାଣି ଟ୍ୟାଙ୍କର୍ ଭାରସାମ୍ୟ ହରାଇ ଲାଠିଗୋଡା ପୋଲର ୧୦୦ ଫୁଟ ତଳକୁ ଖସିପଡ଼ିଥିଲା ।

ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ହେବା ଦେଖି ସ୍ଥାନୀୟଲୋକେ ଦୌଡ଼ି ଆସି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *