ନ୍ୟୁଜ ଡେକ୍ସ: ମନ୍ କି ବାତ୍ ଯୁବଗୋଷ୍ଠୀଙ୍କ ଶକ୍ତି । ଦେଶର ସାମୂହିକ ପ୍ରୟାସ ଉପଲବ୍ଧିର କଥା କୁଏ ମନ୍ କି ବାତ୍ । ଯୁବଗୋଷ୍ଠୀଙ୍କ ସ୍ବପ୍ନ ଓ ଆକାଂକ୍ଷା ହେଉଛି ମନ୍ କି ବାତ୍ । ଯୁବଗୋଷ୍ଠୀ ଦେଶର ପ୍ରଗତି ଆଣନ୍ତି । ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯୁବଗୋଷ୍ଠୀ ଏକାଠୀ ହୋଇ ବୋଲି ଦେଶର ପ୍ରଗତି ନେଇ ମନ୍ଥନ ଚିନ୍ତନ କରିଥାନ୍ତି ନିଶ୍ଚିନ୍ତ ଭାବରେ ରାସ୍ତା ବାହାରିଥାଏ ।
ଆଜିର ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ନିକଟରେ ମୋଦି ଗୁଆନା ଗସ୍ତ କରିଥିବା ବେଳେ ସେଠିକା ଅନୁଭୂତି ଏବଂ ସେଠିକାର ଭାରତୀୟ ସମ୍ପ୍ରଦାୟଙ୍କ ବିଷୟରେ ନିଜ ଆଲୋଚନାରେ ଆଲୋକପାତ କରିଛନ୍ତି । ଏଥିସହିତ ଆଜି ଏନସିସି ଦିବସରେ ନିଜ କଲେଜ ସମୟର ଅନୁଭୂତି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ କହିଛନ୍ତି, ଏନସିସି ଯୁବବର୍ଗଙ୍କ ଭିତରେ ଅନୁଶାସନ , ନେତୃତ୍ଵ ଓ ସେବା ଭାବନା ଆଣିଥାଏ। ଦେଶରେ ୫ ହଜାର ନୂଆ ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇଛି। ଏନସିସିରେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ବାଳିକାଙ୍କ ସଂଖ୍ୟା ବଢିଛି। ଯୁଗ ଆଗଉଛି । ଡିଜିଟାଇଜେସନର ବ୍ୟବହାର ବଢୁଛି । ଦେଶରେ ଡିଜିଟାଲ ଆରେଷ୍ଟର ଶିକାର ବୟସ୍କ ହେଉଛନ୍ତି ।
ଡିଜିଟାଲ ଆରେଷ୍ଟରୁ ବୟସ୍କଙ୍କୁ ସାବାଧାନ କରିବାରୁ ଯୁବଗୋଷ୍ଠୀ ଆଗକୁ ଆସୁଛନ୍ତି । ସରକାରରେ ଡିଜିଟାଲ ଆରେଷ୍ଟ ନାମରେ କୌଣସି ପ୍ରାବଧାନ ନାହିଁ ଏହା କେବଳ ଷଡଯନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ପରିବେଶ ସନ୍ତୁଳନରେ ଘରଚଟିଆଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଏବେ ଆଉ ଘରଚଟିଆ ଦେଖିବାକୁ ମିଳୁନାହାନ୍ତି । ଘରଚଟିଆ ଏବେ କେବଳ ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି । ଏହି ସୁନ୍ଦର ପକ୍ଷୀକୁ ଫେରାଇ ଆଣିବାକୁ ସ୍କୁଲ ପିଲାଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଉଛି ।