Sat. Feb 21st, 2026

ନ୍ୟୁଜ ଡେକ୍ସ: ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ତାରିଖ ପରିବର୍ତ୍ତନ ହୋଇଛି। ୧୧ ଜୁଲାଇରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିପାରନ୍ତି ବୋଲି କୁହାଯାଉଛି।

ଏ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ରାହୁଲ ଗାନ୍ଧୀ ଉଦ୍ବୋଧନ ଦେବେ । ରାଜ୍ୟ ରାଜନୀତିରେ ହେଉଥିବା ବିଭିନ୍ନ ଅରାଜକତା ସହ ନାରୀ ନିର୍ଯାତନା, ଶିଶୁ ଅତ୍ୟାଚାର, କୃଷକମାରଣା ନୀତି, ଯୁବକଙ୍କୁ ଚାକିରି ସମସ୍ୟା, ଆଦିବାସୀଙ୍କ ଜମି ହଡପ, ସମ୍ବିଧାନ ବଞ୍ଚାଓ ଭଳି ପ୍ରସଙ୍ଗ ଉପରେ ରାଜ୍ୟବାସୀଙ୍କୁ ଅଭିଭାଷଣ ରଖିବେ ।

ଏହି ପରିପ୍ରେକ୍ଷୀରେ ଶତାଧିକ ଲୋକଙ୍କ ପାଇଁ ବରମୁଣ୍ଡା ଠାରେ ସାଧାରଣ ସଭାର ଆୟୋଜନ କରାଯାଇଛି । କେବଳ ସେତିକି ନୁହେଁ ରଥଯାତ୍ରା ସମୟରେ ହୋଇଥିବା ଅଘଟଣ ଉପରେ ମଧ୍ୟ ଉଦବୋଧନ ଦେବେ ରାହୁଲ ।

Leave a Reply

Your email address will not be published. Required fields are marked *