Fri. Oct 24th, 2025

ନ୍ୟୁଜ ଡେକ୍ସ: ଚଳିତ ବର୍ଷର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧୮ତମ ମନ୍ କି ବାତ୍ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଦେବା ସହିତ କୁମ୍ଭମେଳା ବିଷୟରେ କହିଛନ୍ତି । ପଶୁଙ୍କ ସହ ପ୍ରେମର ସହ ବଞ୍ଚନ୍ତୁ ଗଣତନ୍ତ୍ର ଉତ୍ସବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିବାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ପ୍ରତ୍ୟେକ ଥର ମନ୍ କି ବାତ୍ ମାସର ଶେଷ ରବିବାରରେ ଅନୁଷ୍ଠିତ ହୁଏ, କିନ୍ତୁ ଏଥର ଆମେ ଏହାକୁ ମାସର ତୃତୀୟ ରବିବାରରେ କରିଛୁ । କାରଣ ଚତୁର୍ଥ ରବିବାର ଗଣତନ୍ତ୍ର ଦିବସ ପାଳନ କରାଯିବ । ତେଣୁ ମୁଁ ସମସ୍ତ ଦେଶବାସୀଙ୍କୁ ଆଗାମୀ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି । ଏହି ବର୍ଷ ସମ୍ବିଧାନକୁ ୭୫ ବର୍ଷ ପୁରିବ । ଏହି ଅବସରରେ ଯେଉଁମାନେ ଆମକୁ ଆମର ପବିତ୍ର ସମ୍ବିଧାନ ଦେଇଛନ୍ତି ମୁଁ ସେମାନଙ୍କୁ ପ୍ରଣାମ ଜ୍ଞାପନ କରୁଛି ବୋଲି କହିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, “ଜାନୁଆରୀ ୨୫ ହେଉଛି ଜାତୀୟ ଭୋଟର ଦିବସ।

ଏହି ଦିନଟି ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦିନ ଭାରତର ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା। ସମ୍ବିଧାନରେ ଆମର ନିର୍ବାଚନ ଆୟୋଗ, ଗଣତନ୍ତ୍ରରେ ଲୋକଙ୍କ ଅଂଶଗ୍ରହଣକୁ ଆମର ସମ୍ବିଧାନ ନିର୍ମାତାମାନେ ଗୁରୁତ୍ୱ ଦେଇଛନ୍ତି। ଲୋକମାନଙ୍କୁ ଅଧିକ ଶକ୍ତ କରିବା ପାଇଁ ଟେକ୍ନୋଲୋଜିର ଶକ୍ତି ଉପରେ କମିଶନ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେଣୁ ମୋର ନିର୍ବାଚନ ଆୟୋଗକୁ ଅନେକ ଅନେକ ଧନ୍ୟବାଦ । ଗଣତନ୍ତ୍ର ଉତ୍ସବରେ ସମସ୍ତେ ସାମିଲ ହୁଅନ୍ତୁ, ମତଦାନ ସାବ୍ୟସ୍ତ କରନ୍ତୁ ବୋଲି କହିଛନ୍ତି ମୋଦୀ ।

Leave a Reply

Your email address will not be published. Required fields are marked *