Thu. Feb 26th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୧୪ ତାରିଖରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କଟକ ଗସ୍ତରେ ଆସୁଛନ୍ତି। କଟକ ଶହୀଦ ଭବନ ପରିସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରର ଏକ ଆଲୋଚନାଚକ୍ରରେ ସେ ସାମିଲ ହେବେ।

ଏହି ଆଲୋଚନାଚକ୍ରରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା, ମାମଲା ଖର୍ଚ୍ଚ ହ୍ରାସ ଓ ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ କମାଇବା ପାଇଁ ରଣନୀତି ସମ୍ପର୍କରେ ପ୍ରଧାନ ବିଚାରପତି ତାଙ୍କ ମତାମତ ରଖିବେ।ଏହି ଜାତୀୟ ଆଲୋଚନାଚକ୍ରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ଓଡିଶାର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଷ୍ଟେଟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେବେ।

ଏହାସହ ଉକ୍ତ ଦିନ ରାଜ୍ୟର ସେହି ବରିଷ୍ଠ ଆଇନଜୀବୀମାନେ, ଯେଉଁମାନେ ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତି ପେସାରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବା ଉଦ୍ଦେଶ୍ୟ ରହିଛି।

Leave a Reply

Your email address will not be published. Required fields are marked *