ନ୍ୟୁଜ ଡେକ୍ସ: ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ ।
କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ। ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ, ଯେପରିକି କାର, ଜିପ୍, ଭ୍ୟାନ ଇତ୍ୟାଦିଙ୍କ ପାଇଁ ୩,୦୦୦ ଟଙ୍କା ମୂଲ୍ୟରେ ଏକ FASTag ଆଧାରିତ ବାର୍ଷିକ ପାସ୍ ଜାରି କରାଯିବ। ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ ।ଫାଷ୍ଟାଗ୍ର ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବାର୍ଷିକ ୩୦୦୦ ଟଙ୍କା ମୂଲ୍ୟର ଫାଷ୍ଟାଗ୍ ପ୍ରଚଳନ ଘୋଷଣା କରିଛନ୍ତି। ଯାହା ୧୫ ଅଗଷ୍ଟ, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ । ଫାଷ୍ଟାଗ୍ର ଏହି ସୁବିଧା ଅଣ-ବାଣିଜ୍ୟିକ ଯାନବାହନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ଦ୍ୱାରା ଜାତୀୟ ରାଜପଥରେ ସୁଗମ ଯାତ୍ରା ସୁନିଶ୍ଚିତ ହୋଇପାରିବ।
ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏନଏଚଏଆଇ ଏବଂ ଏମଓଆରଟିଏଚ ଏବଂ ‘ହାଇୱେ ଟ୍ରାଭେଲ୍ ଆପ୍’ର ୱେବସାଇଟ୍ରେ ଏହି ପାସ୍ ପାଇଁ ଏକ ପୃଥକ ଲିଙ୍କ୍ ଖୁବ୍ଶୀଘ୍ର ଉପଲବ୍ଧ କରାଯିବ, ଯାହା ପାସ୍ର ସକ୍ରିୟକରଣ ଏବଂ ନବୀକରଣକୁ ସରଳ ଏବଂ ସୁବିଧାଜନକ କରିବ ।
