ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗୃହ ମରାମତି ନିମନ୍ତେ ନୀତି ନିର୍ଘଣ୍ଟ ବାହାରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କରାଯିବ । ଆସନ୍ତା ୩ ମାସ ଭିତରେ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ପତ୍ନତତ୍ତ୍ୱ ସଂସ୍ଥା (ଏଏସ୍ଆଇ) ।
ଶ୍ରୀ ପାଢୀ କହିଛନ୍ତି ଯେ, ଦ୍ବିତୀୟ ଭୋଗ ମଣ୍ଡପ ଅର୍ଥାତ ମଧ୍ୟାହ୍ନ ୧ଟା ପରଠାରୁ ସଂଧ୍ୟା ୫ଟା ବା ୬ଟା ଯାଏଁ ମରାମତି କାମ ଚାଲିବ । ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି କାମ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବର ୩୧, ଜାନୁଆରୀ ୧ ପରି ଦିନରେ ମରାମତି ନ କରିବାକୁ କହିଛୁ ।ସେହିପରି ମରାମତି କାମ ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ ।
ରାତି ୧୧ଟା ୩୦ରେ ପହୁଡ଼ ପଡ଼ିବ ଏବଂ ରାତି ୨ଟା ପରେ ଦ୍ବାରଫିଟା ନୀତି କରାଯିବ । ଏଥି ସହିତ ଆଗାମୀ ୩ ମାସ ସୁଦ୍ଧା ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରାଯିବା ପାଇଁ ଏଏସ୍ଆଇ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ମରାମତି କାମ କରାଯିବ । ମରାମତି କାମ ଶେଷ ହେଲା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରିତ ହୋଇ ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।