Sun. Feb 22nd, 2026

ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତି–ମଣତି ୨୦୨୬ ରଥଯାତ୍ରା ପୂର୍ବରୁ ହୋଇପାରେ ବୋଲି ସୂଚନା ମିଳିଛି। ଏନେଇ ପ୍ରାୟ ସାଢ଼େ ୪ ଘଣ୍ଟା ଧରି ଚାଲିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଗଣତି–ମଣତି ପାଇଁ ଚିଠା ପ୍ରସ୍ତାବ ଆଗତ ହୋଇଛି।

ଖୁବ ଶୀଘ୍ର ଏହି ଚିଠା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।ଆଜି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାରରେ ସଞ୍ଚିତ ଅଳଙ୍କାରର ମେଳକ ସହ ଗଣତି–ମଣତି କିପରି କରାଯିବ, ସେ ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।

ବିଧି ସବ୍‌କମିଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ହୋଇ ଏହି ମାର୍ଗଦର୍ଶିକା ତିଆରି ହୋଇଛି।ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମାତ୍ର ରତ୍ନଭଣ୍ଡାର ଗଣତି–ମଣତି ପ୍ରକ୍ରିୟା ଆରମ୍ଭ ହେବ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *