Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । କିନ୍ତୁ ଏହା ଆଗକୁ ଅଗ୍ରସର ହେଉନି । ୧୮ ଦିନ ତଳେ ଯେଉଁଠି ଥିଲା ଏବେ ବି ସେଇଠି ରହିଛି । ମୌସୁମୀ ଅଗ୍ରସର ରେଖା ଭବାନୀପାଟଣା- ପୁରୀରୁ ଉପରକୁ ଉଠୁନି । ତେବେ ଆଗକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।

ଏହା ମୌସୁମୀକୁ ଅଗ୍ରସର କରାଇବାକୁ ଅନୁକୂଳ ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହି ସମୟ ମଧ୍ୟରେ ଅନୁଗୁଳ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହୋଇପାରେ। ଏହାବ୍ୟତୀତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ବିଭାଗ ଆକଳନ କରିଛି।

ତେବେ ପାଣିପାଗ ସଂସ୍ଥା ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ସେହିପରି ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଞ୍ଜ ଏବଂ ଜଗତସିଂପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୋମବାର ସକାଳ ୮.୩୦ ପର୍ଯ୍ୟନ୍ତ ଝଡ଼ବର୍ଷା ସହ ବଜ୍ରପାତ ଏବଂ ପ୍ରବଳ ବର୍ଷା ନେଇ ହଳଦିଆ ସତର୍କତା ଜାରି କରିଛି ବିଭାଗ।

Leave a Reply

Your email address will not be published. Required fields are marked *