ନ୍ୟୁଜ ଡେକ୍ସ : ଦାରିଦ୍ର୍ୟରେ କଟୁଛି ଜୀବନ। ଦି ଓଳି ଖାଇବାକୁ ନାହିଁ କି’ ମୁଣ୍ଡ ଉପରେ ପକ୍କା ଛାତଟିଏ ବି ନାହିଁ। ଏଭଳି ଦାରିଦ୍ର୍ୟ ଯନ୍ତ୍ରଣାରେ କେମିତି କରିବେ ଶିଶୁ କନ୍ୟାର ଲାଳନ ପାଳନ ସେ ଚିନ୍ତା ଘାରିଥିଲା ମନକୁ । ଶେଷରେ କୌଣସି ଉପାୟ ନପାଇ ମାତ୍ର ୨୦ ହଜାର ଟଙ୍କାରେ ଦମ୍ପତ୍ତି ବିକ୍ରି କରିଦେଲେ ନିଜ ଶିଶୁ କନ୍ୟାକୁ।
ଘଟଣା ପଦାକୁ ଆସିବା ପରେ ଗଣମାଧ୍ୟମରେ ସତ ମାନିଛନ୍ତି ଶିଶୁ କନ୍ୟାର ବାପା। ଘଟଣାରେ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାଥାଉକି, ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି । ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଶିଶୁକନ୍ୟା ବିକ୍ରି ସମ୍ପର୍କରେ ଖବର ମିଳିବା ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ ଲାଇନର ଏକ ଚାରି ଜଣିଆ ଟିମ୍ ଟିଟିଲାଗଡ଼ ଗସ୍ତ କରି ସମ୍ପୃକ୍ତ ଶିଶୁକନ୍ୟାର ବାପାଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଇଥିଲେ। ବିକ୍ରି କରିଥିବାନେଇ ଶିଶୁକନ୍ୟାର ମା’ବାପା ସ୍ବୀକାର ମଧ୍ୟ କରିଥିଲେ ।
