ନ୍ୟୁଜ ଡେକ୍ସ: ପିଡିଏସ୍ ସାମଗ୍ରୀ ନେଉଥିବା ଅଯୋଗ୍ୟ ହିତାଧିକାରୀ ଭାବେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏଭଳି ଚରମବାଣୀ ପରେ ବେଆଇନ କାର୍ଡ଼ଧାରୀ ଭୟଭୀତ ହୋଇ ପଡ଼ିଛନ୍ତି ।
ମାତ୍ର ୩ ଦିନରେ ୨୦ ହଜାର ସରକାରୀ ଚାକିରିଆ ଫେରେଇଲେଣି ରାସନ କାର୍ଡ । ଜାତୀୟ ଖାଦ୍ୟ ନିରାପତ୍ତା ନିୟମ ଅନୁସାରେ ଗାଁ ଅଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ଫେରାଇବେ ନାହିଁ ରାସନ କାର୍ଡ । ସେହିପରି ସହରାଞ୍ଚଳରେ ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ଫେରେଇବେ ରାସନ କାର୍ଡ।
୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଇ-କେୱାଇସି ହେବ । ଏହାପରେ ନୂତନ କାର୍ଡ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।ସେ ଆହୁରି ମଧ୍ଯ କହିଛନ୍ତି ଯେ “ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ଗତ ଅଗଷ୍ଟ ୨୨ ତାରିଖରେ ଅବୈଧ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଇ-କେୱାଇସି ଆରମ୍ଭ କରିଛୁ।

