ନ୍ୟୁଜ ଡେକ୍ସ : ଆସନ୍ତା ୨୬ ତାରିଖରୁ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ। ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସହ ୧୦ ଜଣିଆ ଟିମ୍ ରାଜ୍ୟକୁ ପହଞ୍ଚିବେ ବୋଲି ସୂଚନା ମିଳିଛି।ଗସ୍ତ ସମୟରେ ଟିମ୍ ସମ୍ବଲପୁର ଓ ଝାରସୁଗୁଡ଼ା ଯାଇ ପରିସ୍ଥିତିର ସମୀକ୍ଷା କରିବେ। ସେହିପରି ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ।
ମହାନଦୀକୁ ଓଡ଼ିଶାର ଜୀବନ ରେଖା ବୋଲି କୁହାଯାଏ ଏବଂ ଏହାକୁ କେନ୍ଦ୍ର କରି ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି।୨୦୧୬ ମସିହାରୁ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ବିବାଦ ଜାରି ରହିଛି। ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ।
ଟ୍ରିବ୍ୟୁନାଲର ସ୍ପଟ୍ ଭିଜିଟ୍ ପରେ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲର ଅବଧି ଶେଷ ହେବାକୁ ଥିବାବେଳେ ଓଡ଼ିଶା ଓ ଛତିଶଗଡ ପକ୍ଷରୁ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଛି। ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଯାଇଛି।

