Mon. Dec 23rd, 2024

ନ୍ୟୁଜ ଡେକ୍ସ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ହେବାକୁ ଥିବା ୩ ଦିନିଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ହେବେ ସାମିଲ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ମାଓବାଦୀ, ସାଇବର କ୍ରାଇମ୍, ଟେକ୍ନାଲୋଜି, ଜେଲ୍ ସଂସ୍କାର ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ସାରା ଦେଶରେ ବ୍ରାଉନ୍ସୁଗର, ସାଇବର ଅପରାଧୀ ଓ ଡିପ୍ଫେକ୍ ଭଳି ନୂଆ ଟେକ୍ନାଲୋଜି କାୟା ବିସ୍ତାର କରିଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ୍ ଏବଂ ତାହାର ମୁକାବିଲା ଉପରେ ଉକ୍ତ ସମ୍ମିଳନୀରେ ଆଲୋଚନା ହେବ । ଏହି ସମ୍ମିଳନୀରେ ଗୃହ ବିଭାଗ ସଚିବ, କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ଆରଏଡବ୍ଲ୍ୟୁ ମୁଖ୍ୟ, ଏନ୍ଆଇଏ ମୁଖ୍ୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ କେନ୍ଦ୍ରୀୟ ପୁଲିସ୍ ବାହିନୀର ମୁଖ୍ୟମାନେ ଯୋଗଦେବେ । ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ ଡିଜି କନଫରେନ୍ସ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗ ଦେବେ ।

ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ ।ସଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ । ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏଥିରେ ଯୋଗ ଦେବେ । ଜାତୀୟ ସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ । ରାଜ୍ୟର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *