Mon. Dec 23rd, 2024

ନ୍ୟୁଜ ଡେକ୍ସ: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ କେବେ ଆସିବେ ସେନେଇ ସ୍ପଷ୍ଟ କରି କହିନାହାନ୍ତି । ବର୍ଷ ଶେଷରେ ଶାହଙ୍କ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ।

ସଂଗଠନ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସମ୍ବଲପୁରରେ ଆଲୋଚନା ହୋଇପାରେ । ଏଥିପାଇଁ ସବୁ ବଡ଼ ନେତା ଓ ଦଳୀୟ ପଦାଧିକାରୀ ସେଠାକୁ ଯିବେ ବୋଲି ଶୁଣିବାକୁ ମିଳୁଛି । ସେହିଭଳି ଆସନ୍ତା ୨୫ ତାରିଖରେ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳିବେ ସରକାର । ଆସନ୍ତାବର୍ଷ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଚଳିତ ବର୍ଷଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥିପାଇଁ ଆସନ୍ତା ୨୫ ତାରିଖରେ ପ୍ରତି ଜିଲ୍ଲାରେ ଏବଂ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଓୟୁଏଟି ସମ୍ମିଳନୀ କକ୍ଷରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହେବେ। ମନ୍ତ୍ରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *