Sat. Feb 21st, 2026

ନ୍ୟୁଜ ଡେକ୍ସ: ଆହୁରି କଲବଲ କରିବ କୁହୁଡ଼ି। ରାଜ୍ୟରେ କିଛି ଦିନ ହେବ ସିନା ଶୀତର ପ୍ରକୋପ କମି ଯାଇଥିଲା ହେଲେ ଘନ କୁହୁଡ଼ିର ପାର୍ଦୁଭାବ କମିନି। ଏହାସହ ଆସନ୍ତା ୨ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇବ। ଏଣୁ ଘନ କୁହୁଡ଼ି ଆହୁରି ବଢ଼ିବ। ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

କିଛି ଦିନ ହେବ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଥିଲା ଖରା ତାତି। ହେଲେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି।ପାଣିପାଗ ବିଭାଗର ଆକଳନ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରିବା ଫଳରେ କିଛି ମାତ୍ରାରେ ରାଜ୍ୟରେ ପାରଦ ଖସିଛି। କିଛି ଜିଲ୍ଲାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ଆସିଛି।

ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବ ବୋଲି ଆକଳନ କରାଯାଉଛି।ବିଶେଷ କରି ନୟାଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ସମେତ ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣରେ କୁହୁଡି ହେବ। ସତର୍କତା ଜାରି ହୋଇଥିବା ଜିଲ୍ଲାରେ ଗାଡି ଧୀରେ ଚଳାଇବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *