Mon. Dec 23rd, 2024

ନ୍ୟୁଜ ଡେକ୍ସ: ୨୦୨୩ ଜାନୁଆରୀରୁ ୨୦୨୪ ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୫ ଲକ୍ଷ ୨ ହଜାର ୬୭୨ ଜଣଙ୍କୁ କୁକୁର କାମୁଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ବିଧାୟକ କାଡ୍ରାକା ଆପାଲାସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବୁଲା କୁକୁର ପ୍ରତି ସାବଧାନ । ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । ବୁଲା କୁକୁରଙ୍କ ଉପଦ୍ରବରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ୮ଟି ସହରାଞ୍ଚଳରେ ୪୬୦୫ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଥିଲା । ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି ।

ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିବା ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୧୭.୩୪ ଲକ୍ଷ ବୁଲା କୁକୁର ଅଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୮ଟି ସହରାଞ୍ଚଳରେ ୪୬୦୫ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *