ନ୍ୟୁଜ ଡେକ୍ସ: ଘରୋଇ ବ୍ୟାଙ୍କ ଉପରେ ବଡ଼ ଆକ୍ସନ । ବନ୍ଦ ହେବ ୩ ଘରୋଇ ବ୍ୟାଙ୍କ । ଦୁର୍ବଳ ପ୍ରଦର୍ଶନ ପରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସରକାର । ଆଉ ଏହି ୩ଟି ବ୍ୟାଙ୍କରେ ସରକାରୀ ଟଙ୍କା ଜମା କରାଯାଇପାରିବ ନାହିଁ । ବିଗତ ୨ ବର୍ଷରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବ । ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବ୍ୟାଙ୍କିଂ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC ବ୍ୟାଙ୍କ୍, ICICI ବ୍ୟାଙ୍କ ଏବଂ AXIS ବ୍ୟାଙ୍କକୁ ରାଜ୍ୟ ସରକାର ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ରହିଥିବା ପ୍ୟାନେଲରୁ ତତ୍କାଳ ହଟାଇ ଦିଆଯାଇଛି । ଅର୍ଥ ବିଭାଗ ସ୍ପଷ୍ଟ ଦର୍ଶାଇଛି, ଯଦି ଏ ୩ ବ୍ୟାଙ୍କରେ ସରକାରୀ ପାଣ୍ଠି ସ୍ଥାୟୀ ଜମା ଭାବେ ଥିବ ତେବେ ତାହା ବନ୍ଦ ହେବନି ।
ସରକାର ସୁଧ ହରାଇବେ । ମାତ୍ର ସ୍ଥାୟୀ ଜମାର ମିଆଦ ପୂରିବା ମାତ୍ରେ ଜମା ଟଙ୍କା ଉଠାଣ କରି ଅନ୍ୟ ବ୍ୟାଙ୍କରେ ବିଭାଗ ରଖିବ । ଏ ନିର୍ଦ୍ଦେଶକୁ ସମସ୍ତ ବିଭାଗ ତୁରନ୍ତ କାର୍ଯ୍ୟକାରୀ କରିବେ । ଏଥିରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯିବନି । ତେଣୁ ଚିଠି ପାଇବାମାତ୍ରେ ବିଭାଗଗୁଡ଼ିକ ଉପରୋକ୍ତ ୩ ବ୍ୟାଙ୍କରୁ ଜମା ପାଣ୍ଠି ଉଠାଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
