Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ। ଭଦ୍ରକ ସମେତ ସମସ୍ତ ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିଭଳି ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ।ସେପଟେ ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ରାଜ୍ୟରେ ସଟେଜ୍ ମ୍ୟାନ୍ ପାୱାରରେ ଚାଲିଛି ସ୍ଵାସ୍ଥ୍ୟ ସେବା। ଭିତ୍ତିଭୂମି ନାହିଁ । ଡାକ୍ତର ବି ନାହାନ୍ତି । ରୋଗୀ ସେବା ବୋଝ ତଳେ ଡାକ୍ତର, ନର୍ସ, କମ୍ପାଉଣ୍ଡର ରହିଛନ୍ତି । ମେଡିସିନ କଥା ଦୂରରେ ଥାଉ ଶଯ୍ୟା ବି ମିଳୁନି। ଜରୁରୀ ଔଷଧ ବି ମୁଳନାହିଁ।

ମେଡିକାଲ କଲେଜ ଓ ହସ୍ପିଟାଲରେ ୪୨ ପ୍ରତିଶତ ରୋଗୀ ଶଯ୍ୟାକୁ ଅମ୍ଳଜାନ ଯୋଗାଣ ଠପ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ନାହିଁ । ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ରାଜ୍ଯଠୁ ପଛରେ ରହିଛି ଓଡିଶା । ୨୧ଟି ବୃହତ୍ତ ରାଜ୍ୟରେ ଓଡିଶାର ସ୍ଥାନ ତଳଆଡୁ ତୃତୀୟରେ ରହିଛି । ସିଏଜି ଅଡିଟରେ ରାଜ୍ୟ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ଧରା ପଡିଛି।

Leave a Reply

Your email address will not be published. Required fields are marked *