Thu. Mar 5th, 2026

ନ୍ୟୁଜ ଡେକ୍ସ : ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଲାଞ୍ଚ ନେବା ଅଭିଯୋଗରେ Odisha Vigilance ଗିରଫ କରିଛି। ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସି ତାଙ୍କୁ ଧରିଥିଲା।

ଭିଜିଲାନ୍ସ ପକ୍ଷରୁ କଟକ ଅବସ୍ଥିତ ତାଙ୍କ ଅଫିସ୍ ଓ ଭୁବନେଶ୍ୱରର ଶ୍ରୀବିହାର ଥିବା ଘର ସମେତ ଏକାଧିକ ସ୍ଥାନରେ ଏକାସାଥିରେ ଚଢାଉ କରାଯାଇଛି। ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ ମଧ୍ୟ ବିଭିନ୍ନ ସ୍ଥାନରେ ତଲାଶି ଜାରି ରହିଛି।ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀଙ୍କର ଗୋପ, ପୁରୀ ଅଞ୍ଚଳରେ ଥିବା କୋଇଲା ଡିପୋକୁ ସୁଗମ ଭାବେ ପରିଚାଳନା କରିବା ସହ ପଶ୍ଚିମବଙ୍ଗକୁ କୋଇଲା ପରିବହନ ପାଇଁ ଅନୁମତି ଦେବା ନାମରେ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଦାବି କରିଥିଲେ।

ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଟ୍ରାପ୍ କରି ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ପଚରାଉଚରା ଜାରି ରହିଛି। ଭିଜିଲାନ୍ସ ଅଧିକାରୀମାନେ ମାମଲାର ଅଧିକ ତଦନ୍ତ କରୁଛନ୍ତି ଏବଂ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *