Mon. Dec 23rd, 2024

ଭୁବନେଶ୍ୱର: ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ । ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ଆଜି ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ ୩୬ ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ ୩୫ ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଛି । ସୂଚନା ଅନୁସାରେ, ଭୁବନେଶ୍ୱର ଭିଏସ୍ଏସ୍ ନଗରଠାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଏହାକୁ ସ୍ଥାପନ କରାଯାଇଥିବା ବେଳେ, ପ୍ରତ୍ୟେକ ଷ୍ଟିଲ ଗାର୍ଡରର ଓଜନ ୩୫ ଟନ୍ ବୋଲି ସୂଚନା ମିଳିଛି। ବିଶାଳ କ୍ରେନ୍ ସାହାଯ୍ୟରେ ଏହାକୁ ସ୍ଥାପନ କରାଯିବା ବେଳେ, ସେହି ବାଟ ଦେଇ ୩ ଘଣ୍ଟା ପାଇଁ ଟ୍ରାଫିକ୍ ଚଳାଚଳ ବନ୍ଦ ରଖାଯାଇଥିଲା ଏବଂ ଓଭରହେଡ୍ ଇକ୍ବିପମେଣ୍ଟ ବ୍ଲକ୍ ନିଆଯାଇଥିଲା। ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର (ସିପିଏମ୍) ଏବଂ ଭୁବନେଶ୍ୱରରେ ଥିବା ତାଙ୍କ ଦଳ ଏକାଧିକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ସତ୍ୱେ କାର୍ଯ୍ୟ ନିର୍ବାହରେ ଏକ ମାନଦଣ୍ଡ ସ୍ଥିର କରି କାର୍ଯ୍ୟ ସମାପ୍ତ କରିବାରେ ସଫଳ ହୋଇଛନ୍ତି ।ପୂର୍ବତଟ ରେଳପଥ ସଫଳତାର ସହିତ ରେଲୱେ ଅଂଶରେ ପାୟର ଉପରେ ଗାର୍ଡର୍ ସ୍ଥାପନ କରିସାରିଥିବାବେଳେ ରେଳ ଅଂଶରେ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ଯଥା ଡେକ୍ ସ୍ଲାବ୍ ସ୍ଥାପନ, କ୍ରାସ୍ ପ୍ରତିବନ୍ଧକ ଏବଂ ଆକ୍ସନ୍ ଜଙ୍କସନ୍ ସହିତ ଅନ୍ୟାନ କାର୍ଯ୍ୟ ଗୁଡିକ ଡିସେମ୍ବର 2024 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଲେଭଲ୍ କ୍ରସିଂ ନମ୍ବର ଏମଏଲ ୧୮୬ ସ୍ଥାନରେ ଏହି ରୋଡ଼ ଓଭର ବ୍ରିଜ ପ୍ରକଳ୍ପ ନିର୍ମାଣ କରାଯାଉଛି । ରେଳ ଅଂଶରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରାୟ ୪୮.୨ କୋଟି ନିବେଶ କରାଯାଇଅଛି । ଏହି ମେଗା ପ୍ରକଳ୍ପର ଅଗ୍ରଗତି ପାଇଁ ବୈଦ୍ୟୁତିକ ଟ୍ରାନ୍ସଫର୍ମର ଏବଂ ଅଣ୍ଡରଗ୍ରାଉଣ୍ଡ କେବୁଲ ସ୍ଥାନାନ୍ତର ସହିତ ଅନେକ ଜଟିଳ କାର୍ଯ୍ୟ ପୂର୍ବରୁ ସମାପ୍ତ ହୋଇଥିଲା । ଏହି ରେଲୱେ ଓଭରବ୍ରିଜ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଆଶା ରଖିଛି ଇଷ୍ଟକୋଷ୍ଟ ରେଲୱେ।

Leave a Reply

Your email address will not be published. Required fields are marked *