Tue. Aug 12th, 2025

ନ୍ୟୁଜ ଡେକ୍ସ : ଆସନ୍ତା ୧୩ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଚାଳକ ଡ. ମୋହନ ଭାଗବତ ଅଗଷ୍ଟ ୧୫ ତାରିଖ ଦିନ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡ଼ିଶା ଆସୁଛନ୍ତି ଭାଗବତ ।

୧୩ରେ ଭୁବନେଶ୍ୱରରେ ପହଞ୍ଚି ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ । ସୂଚନାମୁତାବକ ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।୧୪ ତାରିଖ ଦିନ କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉଦ୍‌ବୋଧନ ଦେବେ ।

ସେହି ଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ଓ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟକରି ଭୁବନେଶ୍ଵର ଫେରି ଆସିବେ । ଏହାପରେ ୧୫ ତାରିଖ ଦିନ ଡ.ଭାଗବତ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ।

Leave a Reply

Your email address will not be published. Required fields are marked *