ନ୍ୟୁଜ ଡେକ୍ସ: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ । ସେପଟେ ସକାଳୁ ସକାଳୁ ଟ୍ଵିନ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡି । ଆଗକୁ ଆହୁରି ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ ।
ଘନ କୁହୁଡି ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିଆସିବା ନେଇ ପୂର୍ବାନୁମାନ କରିଥିଲା ବିଭାଗ । ଜି ଉଦୟଗିରିରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ ୧୨.୩ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ଯାଏ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ।
