Tue. Dec 24th, 2024

ନ୍ୟୁଜ ଡେକ୍ସ: ଦଶହରାରେ ନ ହେଲା ନାହିଁ, ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର । ବଢ଼ାଇଲେ ମହଙ୍ଗା ଭତ୍ତା। ଦୀପାଲଇ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଖୁସ୍ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ, ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ପ୍ରଦାନ କରିଛି ।

ଉଭୟ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଏହା ପ୍ରଦାନ କରାଯିବ। ଫଳରେ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩% ରେ ପହଞ୍ଚିଛି। ଏହାର ଅର୍ଥ ଅକ୍ଟୋବର ମାସର ଦରମା ମହଙ୍ଗା ଭତ୍ତା ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ। ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ।

ସେମାନଙ୍କର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ସରକାରୀ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ମହଙ୍ଗା ଭତ୍ତା ସର୍ବଭାରତୀୟ ଖାଉଟି ମୂଲ୍ୟ ସୂଚକାଙ୍କ ଆଧାରରେ ଧାର୍ଯ୍ୟ କରାଯାଇଥାଏ। ୩% ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପାଉଥିବା କର୍ମଚାରୀ ଅତିରିକ୍ତ ୫୪୦ ଟଙ୍କା ଅଧିକ ପାଇବେ। ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଉପୋଭକ୍ତା ଏଥିରୁ ଲାଭାନ୍ବିତ ହେବେ।

Leave a Reply

Your email address will not be published. Required fields are marked *