Thu. Oct 23rd, 2025

ନ୍ୟୁଜ ଡେକ୍ସ : ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ବିଏଡ୍ ଓ ଏମ୍ଏଡ୍ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠୁ ଅନ୍ଲାଇନ୍ରେ ଆବେଦନ ଆରମ୍ଭ ହୋଇଛି । ୧୭ ତାରିଖ ଯାଏଁ ଆବେଦନର ସୁଯୋଗ ମିଳିବ । ଆବେଦନ ସମୟରେ କୌଣସି ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ ସୁଯୋଗ ଦିଆଯିବ ।

ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୨୨ରେ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୮ ତାରିଖରେ ତୃତୀୟ ରାଉଣ୍ଡ (ୱେଟିଂ ଲିଷ୍ଟ) ନାମଲେଖା ପାଇଁ ମେଧା ଅନୁଯାୟୀ ୱେଟିଂ ରାଙ୍କ ତାଲିକା ପ୍ରକାଶ ପାଇବ । ୯ ତାରିଖରେ ନାମଲେଖା ପାଇଁ ଯୋଗ୍ୟ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଆବେଦନକାରୀ ସେପ୍ଟେମ୍ବର ୧୦ରୁ ୧୧ ତାରିଖ ମଧ୍ୟରେ ନାମ ଲେଖାଇବେ।

ସେପ୍ଟେମ୍ବର ୮ ତାରିଖରୁ ପାଠପଢ଼ା ଆରମ୍ଭ ହେବ ।ଦିନ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଆବେଦନ ସମୟରେ ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ ପାଇଁ ସୁଯୋଗ ଦିଆଯିବ ।

Leave a Reply

Your email address will not be published. Required fields are marked *