Sat. Feb 28th, 2026

ନ୍ୟୁଜ ଡେକ୍ସ : ଜମି ଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ SSB ଯବାନଙ୍କୁ ସହୀଦନଗର ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ସଚିତ୍ର ସେନାପତି, ଯିଏ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।ସୂଚନା ଅନୁସାରେ, ସଚିତ୍ର ସେନାପତି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ରଙ୍କୁ ୨ ହଜାର ସ୍କୋୟାର ଫୁଟ ଜମିକୁ ୩୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ।

ଜମି ଦେଖାଇ ବିଶ୍ୱାସ ଜମାଇ, ୨ଟି କିସ୍ତିରେ ଅଗ୍ରୀମ ଭାବେ ୨୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।ପରବର୍ତ୍ତୀ ସମୟରେ ଜମି ସମ୍ପର୍କିତ କାଗଜପତ୍ରରେ ଅନେକ ଅସଙ୍ଗତି ଦେଖି ଏତଲାକାରୀ ଠକେଇ ସନ୍ଦେହ କରିବାସହିତ ପୋଲିସଙ୍କ ଶରଣାପଣ୍ଣ ହୋଇଥିଲେ।

ତଦନ୍ତ କାଳରେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସଚିତ୍ର ସେନାପତି ଏହି ପ୍ରକାର ଉପାୟରେ ଅନ୍ୟାନ୍ୟ ଲୋକଙ୍କୁ ମଧ୍ୟ ଠକିଥିବାର ସୂଚନା ପୋଲିସ ପାଇଛି। ସହୀଦନଗର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ଅନ୍ୟ ଅଭିଯୋଗକାରୀ ଅଛି କି ନାହିଁ, ତାହାକୁ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *