Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ତେବେ ରବିବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଦିନ ସାଢେ ୧୧ଟା ରେ ମଧ୍ୟ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଝାରସୁଗୁଡାରେ ୪୧.୮ଡ଼ିଗ୍ରୀ, ରାଉରକେଲାରେ ୩୯.୮ ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, କେନ୍ଦୁଝରରେ ଏବଂ ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ ରେକର୍ଡ ହୋଇଛି । ସେପଟେ ୧୮ ତାରିଖ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ ।

ରାଜ୍ୟରେ ଏଭଳି ହିଟ ୱେଭ ଓ ୱାର୍ମ ନାଇଟ ଲାଗି ରହିବ । ରାଜ୍ୟରେ ଆହୁରି ୨ ଦିନ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରବିବାରଠାରୁ ୩ ଜିଲ୍ଲା ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁରକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *