ନ୍ୟୁଜ ଡେକ୍ସ: ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। କୁଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ମୋଦି। ଶେଷ ଥର ପାଇଁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କୁଏତ ଗସ୍ତରେ ଯାଇଥିଲେ ।
୨ ଦିନର କାର୍ଯ୍ୟକ୍ରମ- ସକାଳ ୯ଟା ୧୫ରୁ ଦିଲ୍ଲୀ ବିମାନବନ୍ଦରୁ ପଶ୍ଚିମ ଏସୀଯ ଦେଶ କୁଏତ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧ଟା ୧୫ରେ କୁଏତରେ ପହଞ୍ଚିବେ । ଏହା ପରେ ଅପରାହ୍ନ ୨ଟା ୫୦ ମିନିଟରେ ସ୍ଥାନୀୟ ଶ୍ରମ ଶିବିରରେ ଯୋଗ ଦେବେ । ସେଠାରେ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ । ଏହା ପରେ ଶେଖ ସାଦ ଅଲ ଅବଦ୍ଦୁଲା ଇଣ୍ଡୋର ସ୍ପୋଟ୍ସ କମ୍ପ୍ଲେକ୍ସ ଯିବେ । ସେଠାରେ ୪୦୦୦ରୁ ୫୦୦୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । କୁଏତରେ ରହୁଥିବା ଭାରତୀୟ ସମୁଦାୟ ସବୁଠୁ ବଡ ପ୍ରବାସୀ ସମୁଦାୟ । ମୋଦିଙ୍କ ସ୍ବାଗତ ପାଇଁ ପ୍ରବାସ ଭାରତୀୟଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଏହା ପରେ ଗଲ୍ଫ କପ ଫୁଟବଲ ଉଦଘାଟନୀ ସମାରୋହରେ ସାମିଲ ହେବେ ।
ଆସନ୍ତାକାଲି (ରବିବାର) ଅଧିକାରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଯେଉଁଥିରେ କୁଏତର ଅମିର ଏବଂ କ୍ରାଉନ ପ୍ରିନ୍ସଙ୍କ ସହ ଏକ ସରକାରୀ ବୈଠକ କରିବେ ।ପ୍ରଧାନମନ୍ତ୍ରୀ ସକାଳ ୯ଟା ୧୫ରେ କୁଏତ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ସମୟ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀଙ୍କ ସେଠାରେ ଅବତରଣ କରିବ। ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ସମୁଦାୟ ପକ୍ଷରୁ ମୋଦିଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି।