ନ୍ୟୁଜ ଡେକ୍ସ : ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।
ଖବର ଅନୁଯାୟୀ, ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫେରେନ୍ସରେ ଯୋଗ ଦେବେ ।ଏହାସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସେହିପରି ଦିଲ୍ଲୀ ଗସ୍ତ ଅବସରରେ କିଛି କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି।
ରାଜ୍ୟରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିପାରନ୍ତି। ସେହିପରି ରାଜ୍ୟରେ ଖାଲିପଡିଥିବା ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ ପାଇଁ ଆଲୋଚନା ହେବାର ସମ୍ଭାବନା ରହିଛି।ହେଲେ ଏନେଇ କୌଣସି ସଠିକ ସୂଚନା ମିଳିନାହିଁ । ରାଜ୍ୟରେ ଗତ ବର୍ଷେ ହେବ ୬ ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ଖାଲି ରହିଛି ।
