Sat. Feb 21st, 2026

ନ୍ୟୁଜ ଡେକ୍ସ: ବିମାନ ଚଳାଇବା ପାଇଁ ସ୍ୱପ୍ନ ରଖିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ନୂଆ ସୁଯୋଗ । କାରଣ ରାଜ୍ୟ ସରକାର ୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ତାଲିମ ଦେବା ପାଇଁ ସ୍ଥିର କରିଛନ୍ତି । ଏହି ୫୦ ଜଣଙ୍କ ଭିତରେ ଅଧିକାଂଶ ଛାତ୍ରୀ ରହିବେ ।

ଏଥିପାଇଁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଏକ ପେସାଦାର ସଂସ୍ଥାକୁ ନିଯୁକ୍ତ କରିବାକୁ ଟେଣ୍ଡର ଆହ୍ୱାନ କରିଛି । ସୂଚନା ଅନୁଯାୟୀ, ବାଣିଜ୍ୟ ଏବଂ ପରିବହନ ବିଭାଗ ସମ୍ପ୍ରତି ତାଲିମ ପ୍ରଦାନ କରିବା ପାଇଁ ଏକ ପ୍ରଫେସନାଲ୍ ଏଜେନ୍ସିଙ୍କୁ ନିଯୁକ୍ତି ଦେବା ପାଇଁ ଟେଣ୍ଡର ଜାରି କରିଛି।ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ସରକାର ମନୋନୀତ ଘରୋଇ ସଂସ୍ଥା ମାଧ୍ୟମରେ ଅତି କମରେ ୩୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବ।

ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ପ୍ରସ୍ତୁତିମୂଳକ ତାଲିମ ପ୍ରଦାନ କରିବା ପାଇଁ ସର୍ଟ ଲିଷ୍ଟ କରାଯିବ।ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଉକ୍ତ ସର୍ଟ ଲିଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାରମ୍ଭିକ ସ୍କ୍ରିନିଂ ଏବଂ ପ୍ରସ୍ତୁତିମୂଳକ ତାଲିମ ପାଇଁ ୮ ସପ୍ତାହ ଲାଗି ଏକ ଏଜେନ୍ସି ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।

Leave a Reply

Your email address will not be published. Required fields are marked *