Sun. Feb 22nd, 2026

ନ୍ୟୁଜ ଡେକ୍ସ : କୁନି ପକ୍ଷୀଟିର ଅବିଶ୍ୱସନୀୟ କ୍ଷମତା ଏବେ ବୈଜ୍ଞାନିକମାନଙ୍କୁ ଚମକିଦେଇଛି। ଭାରତରୁ ଟ୍ୟାଗ୍ କରାଯାଇଥିବା ଆମୁର ବାଜପକ୍ଷୀର ୩ଟି ନମୁନାରୁ ଗୋଟିଏ ପକ୍ଷୀ ପ୍ରାୟ ପାଞ୍ଚ ଦିନରେ ୫,୦୦୦ କିଲୋମିଟର ଅତିକ୍ରମ କରି ସୋମାଲିଆ ପହଞ୍ଚିଛି। ପ୍ରତିଦିନ ସରାସରି ୧୦୦୦ କିଲୋମିଟର ଉଡ଼ାଣ କରି ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟରେ ପକାଇଦେଇଛି ଏହି ପକ୍ଷୀ।ଫାଲକନ ପରିବାରର ପକ୍ଷୀମାନେ ବିଶ୍ବର ସବୁଠାରୁ ଦ୍ରୁତ ଶିକାରୀ ପକ୍ଷୀମାନଙ୍କ ମଧ୍ୟରୁ ଗଣାହୁଏ।

ଆକାରରେ ଛୋଟ ଥିଲେ ବି ଏମାନେ ପ୍ରତି ଘଣ୍ଟାରେ ହଜାର କିଲୋମିଟର ଗତିରେ ଉଡ଼ିପାରନ୍ତି। ନିକଟରେ ଗବେଷକମାନେ ଯିଏଫଳରେ ରେକର୍ଡ କରିଥିବା ଉଡ଼ାଣ ଏହି ପ୍ରଜାତିର ଅସାମାନ୍ୟ କ୍ଷମତାକୁ ପୁଣିଥରେ ପ୍ରମାଣ କରିଛି। ଏହି ଗବେଷଣା କାମକୁ ଡେରାଡୁନର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII) ର ବୈଜ୍ଞାନିକମାନେ କରୁଛନ୍ତି। ସେମାନେ ୩ଟି ଆମୁର ବାଜପକ୍ଷୀ ଜଣେ ପୁରୁଷ ଆପାପାଙ୍ଗ, ଦୁଇ ମହିଳା ଆହୁ ଓ ଆଲାଙ୍ଗ ଙ୍କୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଇ ଟ୍ର୍ୟାକ୍ କରୁଛନ୍ତି। ଏହାଦ୍ୱାରା ପକ୍ଷୀମାନଙ୍କ ପ୍ରବାସ ପଥ, ବିଶ୍ରାମ ସ୍ଥଳ, ଖାଦ୍ୟ ସନ୍ଦାନ ଶୈଳୀ ଓ ପରିବେଶ ଉପରେ ତାଙ୍କ ନିର୍ଭରଶୀଳତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି।

ବୈଜ୍ଞାନିକମାନଙ୍କ ଅନୁସାରେ, ଏମିତି ଦ୍ରୁତ ଏବଂ ଦୀର୍ଘ ଉଡ଼ାଣ ପ୍ରାକୃତିକ ଭାବରେ ଖୁବ୍ ଦୁର୍ଲଭ। କେବଳ କିଛି ଘଣ୍ଟାରେ ହଜାର ହଜାର କିଲୋମିଟର ଅତିକ୍ରମ କରିବା, ତାହା ମଧ୍ୟ ମାତ୍ର କିଛି ସାଧାରଣ ପକ୍ଷପଂଖ ଉପରେ ନିର୍ଭର କରି ଏକ ଅଶ୍ଚର୍ୟଜନକ ପ୍ରାକୃତିକ କ୍ରିୟା।ଆମୁର ବାଜପକ୍ଷୀଙ୍କ ଏହି ଅଦ୍ଭୁତ ପ୍ରବାସ ନକେବଳ ପ୍ରକୃତିର ଅଶ୍ଚର୍ୟକୁ ପ୍ରକାଶ କରିଛି, ବରଂ ପକ୍ଷୀ ବିଜ୍ଞାନ ଓ ପ୍ରବାସୀ ପକ୍ଷୀ ସୁରକ୍ଷା ଗବେଷଣାରେ ଗୁରୁତ୍ୱପୁର୍ଣ୍ଣ ନବ ଅଧ୍ୟାୟ ଯୋଡ଼ିଛି।

Leave a Reply

Your email address will not be published. Required fields are marked *