Mon. Dec 23rd, 2024

ନ୍ୟୁଜ ଡେକ୍ସ: ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବର୍ତ୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀକୁ ଛଡ଼ା ଯାଇଛି। ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀକୁ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଲୋକଙ୍କ ସହମତିରେ ଏହା କରାଯିବ।

ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ । ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀମାନଙ୍କୁ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି, ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ବାଘୁଣୀମାନଙ୍କୁ ଅଣାଯିବ। ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ବାଘର ଛୁଆ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *