ନ୍ୟୁଜ ଡେକ୍ସ: କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିବାର ସୂଚନା ରହିଛି। ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ପରିବାର ଲୋକମାନେ କାମ କରି ଆସୁଥିଲେ।
ସେହିଠାରେ ହିଁ ନାବାଳିକାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ସେହି ଇଟା ଭାଟିରେ ଝାରଖଣ୍ଡର ଜଣେ ଯୁବକ କାମ କରୁଥିଲେ। ସେ ମଧ୍ୟ ସେଠାରେ ରହୁଥିଲେ। ସଂପୃକ୍ତ ଯୁବକ ଜଣକ ଗତକାଲି ନାଳବିକାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ୬ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି।
ବାରଙ୍ଗ ଥାନାରେ ଏନେଇ ମାମଲା ହୋଇଛି । ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର। ବାରଙ୍ଗ ଥାନା ତ୍ରିଶୂଳିଆ ଅଞ୍ଚଳରେ ରହି ଅଭିଯୁକ୍ତ କାମ କରୁ୍ଥିବା ଜଣାଯାଇଛି। ପୁଲିସ ଅଭିଯୁକ୍ତକୁ ଧରିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏଣେ ଦୁଷ୍କର୍ମପୀଡ଼ିତା କଟକର ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଆବଶ୍ୟକ ପଡ଼ିଲେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଜଣାଯାଇଛି।
