ନ୍ୟୁଜ ଡେକ୍ସ : ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ସାମିଲ ହେବାକୁ ସରକାର ଦେଲେ ବଡ଼ ସୁଯୋଗ । କେ୍ୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଲେ ସରକାର । ୮ ସେପ୍ଟେମ୍ବରରୁ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର ।
ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ ।ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ।
ତେବେ ଅପରପକ୍ଷରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି ଦୀପାବଳି ପୂର୍ବରୁ ତଥା ଅକ୍ଟୋବରରେ ଜାରି ହେବାର ସମ୍ଭାବନା ରହିଛି।
