Thu. Oct 23rd, 2025

ନ୍ୟୁଜ ଡେକ୍ସ: କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟରେ ତାପମାତ୍ରା କମିଛି । ପାଣିପାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବ ଜାରି ରହିବ । ୬ ତାରିଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବର୍ଷା, ପବନ ସମ୍ଭାବନା ରହିଛି ।

ମାତ୍ର ଆସନ୍ତା ୪ ଦିନ ପରେ କାଳବୈଶାଖୀ ପ୍ରଭାବ କମିବା ସହ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆଜି ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି ଓ ଗଞ୍ଜାମ ।

କାଳବୈଶାଖୀ ପ୍ରଭାବରେ ଏହି ୮ଟି ଜିଲ୍ଲାରେ ୫୦ରୁ ୬୦ ବେଗରେ ପବନ ବହିପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।ସେହିପରି କାଳବୈଶାଖୀ ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୫ ଦିନରେ ଦିନ ତାପମାତ୍ରାରେ ବିଶେସ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତ୍ତୀ ଦୁଇ ଦିନରେ ବିଭିନ୍ନ ଜିଲ୍ଲାରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିପାରେ ।

Leave a Reply

Your email address will not be published. Required fields are marked *