Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଏମାନେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ କରୁଥିବା ବେଳେ ଚଢ଼ାଉ କରିଥିଲା କମିଶନରେଟ ପୁଲିସର ସାଇବର ଟିମ।

ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଥିଲା ଚଢ଼ାଉ। ସୂଚନା ମୁତାବକ, ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୁଲିସ ଚଢ଼ାଉ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା ଡିଭାଇସ ଠାବ କରିଛି ପୁଲିସ। ଫେକ୍ କଲ୍ ସେଣ୍ଟର କରି ଅଭଯୁକ୍ତମାନେ ଓଡ଼ିଶା ସହ ସମଗ୍ର ଦେଶରେ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି କମିଶନରେଟ୍‌ ପୁଲିସ୍। ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ୍ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନ ଲଗାଇଥିବା ଜଣାଯାଇଛି। ତେଣୁ ଏମାନେ କେତେ ଲୋକଙ୍କୁ ଫେକ୍ କଲ୍ ମାଧ୍ୟମରେ ଠକିଛନ୍ତି, ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରାଯାଇଛି।

Leave a Reply

Your email address will not be published. Required fields are marked *