ନ୍ୟୁଜ ଡେକ୍ସ : ଆଜି ସାରା ଦେଶ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଗରିମା ସହ ପାଳନ କରୁଛି। ଏହି ଅବସରରେ ୨୦୨୫ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷିତ ରାଜ୍ୟପାଳ ପଦକ ଆଜି ପ୍ରଦାନ କରାଯାଇଛି। ମୋଟ ୨୦ ଜଣ ବିଶିଷ୍ଟ ପୋଲିସ ଓ ସୁରକ୍ଷା କର୍ମଚାରୀ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ରାଜ୍ୟପାଳ ପଦକ ପାଇଥିବାମାନଙ୍କ ମଧ୍ୟରେ ଆଇଜି ନୀତି ଶେଖର ଓ ସତ୍ୟଜିତ ନାୟକ ଅଛନ୍ତି। ସେହିପରି ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା ମହାପାତ୍ର, ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି।ଏହା ସହ ମୋଟ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନିତ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ଓଡ଼ିଶାର ଜଣେ ସିବିଆଇ ଅଧିକାରୀ ମଧ୍ୟ ଅଛନ୍ତି।ସାହସିକତା ପାଇଁ ଓଡ଼ିଶାର ୪ ଜଣ ପଦକ ପାଇଥିବା ବେଳେ, ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ଓ ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ସମ୍ମାନିତ କରାଯାଇଛି।ଏହି ସମ୍ମାନଗୁଡ଼ିକ ଓଡ଼ିଶା ପୋଲିସ ଓ ସୁରକ୍ଷା ବାହିନୀର ସେବା, ସାହସ ଓ ଦାୟିତ୍ୱବୋଧକୁ ଉଜାଗର କରିଛି।

