Sun. Apr 19th, 2026

ନ୍ୟୁଜ ଡେକ୍ସ : ପୂର୍ବ ଭାରତର କେତେକ ଅଞ୍ଚଳରେ ଆଜି ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ସକାଳ ୪ଟା ୧୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଅଞ୍ଚଳରେ ଥିବା ଜଣାପଡ଼ିଛି ଏବଂ ଏହାର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୫୦ କିଲୋମିଟର ତଳେ ଥିଲା।ମୋରିଗାଓଁ ସହିତ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକ ଓ କେନ୍ଦ୍ରୀୟ ଆସାମର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।

ଥଣ୍ଡା ପାଗ ଓ ଘନ କୁହୁଡ଼ି ମଧ୍ୟରେ ହଠାତ୍ ଭୂକମ୍ପ ହେବାରୁ ଭୟଭୀତ ଲୋକେ ଘର ଛାଡ଼ି ବାହାରକୁ ବେରିଆସିଥିଲେ।ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *