ନ୍ୟୁଜ ଡେକ୍ସ: ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଗତକାଲି ବିଲ୍ୱ ବରଣ ପରେ ଆଜି ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି। ଆଜି ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା |
ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ଆଜି ମହାସପ୍ତମୀ ପୂଜାରେ ବିଶେଷ ରୀତିନୀତିରେ ପୂଜା ପାଇବେ ମା ଦଶଭୂଜା । ସକାଳୁ ସୂର୍ଯ୍ୟପୂଜା, ଗୋ ପୂଜା କରାଯାଇଛି । ପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯାଇଛି। ବୁଧବାର ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା।
ପୂଜା ପାଇଁ ଭୁବନେଶ୍ୱର, କଟକ ସମତେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି । କଟକର ବିଭିନ୍ନ ମଣ୍ଡପରେ ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକିମିକି ଆଲୋକମାଳାରେ ଝଲସୁଛି।