Mon. Dec 23rd, 2024

ନ୍ୟୁଜ ଡେକ୍ସ: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କମେ ବିଟ୍ ଅଧିନ ଜାମପଡାର ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତାହାତୀ ପଡି ରହିଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳୁ ଦେଖିବାକୁ ପାଇଥିଲେ।

ପରେ ବନ ବିଭାଗ ଏସମ୍ପର୍କରେ ଖବର ପାଇବା ପରେ ନର୍ଲା ଫରେଷ୍ଟର୍ ଭବାନୀ ନାଏକ, ବିଭାଗୀୟ କର୍ମଚାରୀ ତଥା ନର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।ଗତକାଲି ବିଳମ୍ବିତ ରାତିରେ ହାତୀଟି କୂଅରେ ପଡ଼ିଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଆଜି ସକାଳୁ ପହଞ୍ଚି ଜେସିବି ମେସିନ ଜରିଆରେ ହାତୀକୁ ଉଦ୍ଧାର କରିଥିଲେ।

ଦନ୍ତା ହାତୀଟି ଜଙ୍ଗଲ ମୁହାଁ ହୋଇଛି।ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଠିକ୍ ଦିନକ ପରେ ହାତୀ ହାତୀଙ୍କ ଲଢେଇରେ ଗୋଟିଏ ହାତୀର ଜୀବନ ଯାଇଥିଲା, ସେହିପରି କିଛିଦିନ ତଳେ ନର୍ଲା ନବୋଦୟ ବିଦ୍ୟାଳୟ ନିକଟରେ ମଧ୍ୟ ବିଦ୍ୟୁତ୍ ଆଘାତରେ ଗୋଟିଏ ମାଈହାତୀର ମୃତ୍ୟୁ ହୋଇଥିଲା।ସେହିପରି ଠିକ୍ ଦଶଦିନ ତଳେ ପରଲସିଙ୍ଗା ଭାୟା ସଅଁରାପଦର ରାସ୍ତା ପାର୍ଶ୍ବରେ ଏକ ଖାଲରେ ମଧ୍ୟ ହାତୀ ପଡିଥିବା ବେଳେ ବନବିଭାଗର ପ୍ରୟାସରେ ହାତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା।

Leave a Reply

Your email address will not be published. Required fields are marked *