Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିଶ୍ୱ ମଞ୍ଚରେ ନିଜ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ଏବେ ନିଜର ସ୍ୱଦେଶୀ ୫ମ ପିଢ଼ିର ଲଢ଼ୁଆ ବିମାନ ବିକାଶ ଦିଗରେ ଅଗ୍ରସର ହେଉଛି। ଏଥିପାଇଁ ‘ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ’ (AMCA) ପ୍ରକଳ୍ପ ଆରମ୍ଭ କରାଯାଇଛି।ଭାରତର AMCA ପ୍ରକଳ୍ପ ଅଧୀନରେ ତିଆରି ହେବାକୁ ଯାଉଥିବା ୫ମ ପିଢ଼ିର ଲଢ଼ୁଆ ବିମାନକୁ ଆମେରିକୀୟ F-35 ଓ ରୁଷର Su-57 ସହ ସମକ୍ଷମ ବୋଲି କୁହାଯାଉଛି।

ଏହି ବିମାନ ଶତ୍ରୁଙ୍କ ରାଡାରକୁ ଧୋକା ଦେଇ ଗଭୀର ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିପାରିବ ଏବଂ ଗୋଟିଏ ଅଭିଯାନରେ ବଡ଼ କ୍ଷତି ସୃଷ୍ଟି କରିବାର କ୍ଷମତା ରଖିବ।DRDOର ମୁଖ୍ୟ ଡକ୍ଟର ସମୀର ଭି. କାମତ ସୂଚନା ଦେଇଛନ୍ତି ଯେ, ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟଠାରୁ ଆଗୁଆ ଅବସ୍ଥାରେ ରହିଛି।

୨୦୨୮ ଶେଷ ସୁଦ୍ଧା ଏହି ବିମାନର ପ୍ରଥମ ପ୍ରୋଟୋଟାଇପ୍ ପ୍ରସ୍ତୁତ ହେବ ଏବଂ ୨୦୨୯ରେ ପ୍ରଥମ ଉଡ଼ାଣ କରାଯିବାର ଯୋଜନା ରହିଛି।ପଞ୍ଚମ ପିଢ଼ିର ଏହି ଲଢ଼ୁଆ ବିମାନ ଷ୍ଟିଲ୍ ଟେକ୍ନୋଲୋଜି, ଉଚ୍ଚ ଗତି, ଆଧୁନିକ ସେନ୍ସର ଏବଂ ଯୁଦ୍ଧକ୍ଷେତ୍ରର ସମସ୍ତ ତଥ୍ୟକୁ ତୁରନ୍ତ ସଂଗ୍ରହ କରିବାର କ୍ଷମତା ରଖିବ। ବର୍ତ୍ତମାନ ଏପରି ବିମାନ ଆମେରିକା, ଚୀନ୍ ଓ ରୁଷ ପାଖରେ ରହିଛି।

Leave a Reply

Your email address will not be published. Required fields are marked *