Sun. Feb 22nd, 2026

ନ୍ୟୁଜ ଡେକ୍ସ: ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବିକୁ ନେଇ ଆଶାୟୀ ଜୋରଦାର ଆନ୍ଦୋଳନ କରୁଛନ୍ତି। କଟକରେ ପ୍ରତିବାଦ କରି ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଆଶାୟୀ କାଠଯୋଡ଼ି ନଦୀରେ ଭସାଇଥିବା ଦେଖିବାକୁ ମିଳିଛି। ପରୀକ୍ଷା ବାତିଲ ସହ ପୁନଃ ପରୀକ୍ଷା କରିବା ଦାବିରେ ଆଶାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ତେବେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ଦାବି କରି ଓଏସଏସଏସସି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ । ଏହାକୁ ନେଇ ଆଜି ପୁଣି କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିବା ସହ ଆଶାୟୀମାନେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଛନ୍ତି । ଏଥିସହିତ ଏନେଇ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ କରିବାକୁ ଦାବି କରିଛନ୍ତି ।

ଦୁଇ ଦିନ ତଳେ କଟକ ଜିଲାର ଛାତ୍ରଛାତ୍ରୀମାନେ ଜିଲାପାଳଙ୍କ ଅଫିସ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପରୀକ୍ଷାର୍ଥୀ କହିଛନ୍ତି, ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରନ୍ତୁ। ଏହାବ୍ୟତୀତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା କରୁଛି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।

Leave a Reply

Your email address will not be published. Required fields are marked *