Wed. Jun 3rd, 2026

ନ୍ୟୁଜ ଡେକ୍ସ : ଆଜି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କ ପାଇଁ ବଡ଼ ଦିନ। ନୂଆରେ ସାମିଲ ହୋଇଥିବା ମହିଳା ହିତାଧିକାରୀମାନେ ଆଜି ପ୍ରଥମ କିସ୍ତିର ଟଙ୍କା ପାଇବେ।ସେହିପରି ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ହିତାଧିକାରୀଙ୍କୁ ଏଥର ପୁନଃ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି।

ସେମାନେ ଏକାବେଳକେ ଦୁଇଟି କିସ୍ତିର ଟଙ୍କା ପାଇବେ।ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅଭିଯୋଗ ଶୁଣାଣି ପରେ ୨୪,୦୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ପୁନଃ ସାମିଲ କରାଯାଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ମୋଟ ୪,୫୭,୬୮୧ ଜଣ ମହିଳା ସାମିଲ ହୋଇଛନ୍ତି। ତାଙ୍କ ମଧ୍ୟରୁ ୧,୭୮,୩୯୮ ଜଣ ମହିଳା ପ୍ରଥମଥର ପାଇଁ କିସ୍ତି ରାଶି ପାଇବେ।

ପୂର୍ବରୁ ଜାନୁଆରୀ ୧୮ ତାରିଖରେ ସୁଭଦ୍ରା ଟଙ୍କା ମିଳିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ପରେ ଉପ-ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ୧୮ ବଦଳରେ ୨୨ ତାରିଖରେ ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *