Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୨ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ।

ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ ଉଭେଇଯିବାର ଆଶା କରାଯାଇଛି।ଶନିବାର ରାତିରେ ପୁରୀରେ ୨୦ ଡିଗ୍ରୀ, ଗୋପାଳପୁରରେ ୧୯, ଚାନ୍ଦବାଲି ଓ ପାରାଦୀପରେ ୧୮, ଛତ୍ରପୁର, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧୭, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କଟକ ଓ ନୟାଗଡ଼ରେ ୧୬ ଡିଗ୍ରୀ ଏବଂ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୧୫ ଡିଗ୍ରୀ ରହିପାରେ। କୌଣସି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ରବିବାର ମଧ୍ୟ ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ।

ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ମଧ୍ୟରେ ରହିପାରେ, ଯେଉଁଥିରେ ପୁରୀରେ ୨୦ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ।ସେହିପରି ୨ ତାରିଖ ସୋମବାର ଦିନ ଫୁଲବାଣୀରେ ୧୧ ଡିଗ୍ରୀ, ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ଲୋକମାନଙ୍କୁ କୁହୁଡ଼ି ସମୟରେ ସାବଧାନ ରହିବା ସହ ସକାଳ ଓ ରାତି ବେଳେ ଯାତାୟାତ କରିବାବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *